ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ନୋଟିସ କଲା କ୍ୟାପିଟାଲ ଥାନା। ନୋଟିସରେ କିଛି ପ୍ରାଥମିକ ତଥ୍ୟ ମାଗିଛି ପୋଲିସ । କେଉଁ ତାରିଖରେ ଦୁଇଟି ଫାଇଲ ଗ୍ରହଣ କରିଥିଲା ଗୃହ ବିଭାଗ?

ଫାଇଲ ଗ୍ରହଣ କିଏ କରିଥିଲେ ? କେତେ ନମ୍ବର ଫାଇଲ ଭାବେ ଗ୍ରହଣ ହୋଇଥିଲା ?ଫାଇଲର କୌଣସି ଡିଜିଟାଲାଇଜେସନ ହୋଇଛି କି ନାହିଁ ? ଯଦି ହୋଇଛି ତେବେ ସଫ୍ଟ କପି କେଉଁଠି ରଖାଯାଇଛି ? ହାର୍ଡ ଡ୍ରାଇଭ୍ ବା ଷ୍ଟୋରେଜ ଡିଭାଇସ୍ ବା ସଫ୍ଟ କପି କେଉଁଠି ଅଛି ? ଏଭଳି କିଛି ତଥ୍ୟ ମାଗିଛି ପୋଲିସ। ସେହିପରି ଫାଇଲ ରିସିଭ ପରେ ସାଧାରଣ ପ୍ରଶାସନ ବିଭାଗକୁ କେବେ ପଠାଯାଇଥିଲା ତାର ମଧ୍ୟ ତଥ୍ୟ ମଗାଯାଇଛି। ଏଭଳି ୧୦ଟି ପ୍ରାଥମିକ ତଥ୍ୟ ଦେବାକୁ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ନୋଟିସ କରିଛି ପୋଲିସ ।






