ସୁବର୍ଣ୍ଣପୁର, : ପରୀକ୍ଷା ଫଳାଫଳରେ ସୁବର୍ଣ୍ଣପୁର ମାଟିର ଦୁଇ ଜଣ ପ୍ରତିଭା ସମଗ୍ର ରାଜ୍ୟରେ ଜିଲ୍ଲାର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ସୁବର୍ଣ୍ଣପୁର ସହରର ନିତେଶ କୁମାର ବାରିକ ରାଜ୍ୟସ୍ତରରେ ଗୌରବପୂର୍ଣ୍ଣ ୮ମ ସ୍ଥାନ ହାସଲ କରିଥିବା ବେଳେ, ସହରର ଅନ୍ୟତମ ପ୍ରତିଭା ଶୀତଲ କୁଶଳ ୧୩୪ତମ ର୍ୟାଙ୍କ ପାଇ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି।
ସବୁଠାରୁ ଗର୍ବର ବିଷୟ ହେଉଛି, ଉଭୟେ ନିଜର ପ୍ରଥମ ପ୍ରୟାସରେ ହିଁ ଏହି ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ଏହା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରିଛି।ନିତେଶ କୁମାର ବାରିକ ହେଉଛନ୍ତି ସୁବର୍ଣ୍ଣପୁରର ଜଣାଶୁଣା ଯୁବନେତା ସାନନ୍ଦ ବାରିକ ଏବଂ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଜନମୁରା ଗ୍ରାମପଞ୍ଚାୟତ ସରପଞ୍ଚ ଦମୟନ୍ତୀ ବାରିକଙ୍କ ସୁପୁତ୍ର।

ସେହିପରି ଶୀତଲ କୁଶଳ ହେଉଛନ୍ତି ସୋନପୁରର ବିଶିଷ୍ଟ ଯୁବନେତା ଓ ଓଡ଼ିଶା ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ଜ୍ୟେଷ୍ଠ କନ୍ୟା।ଏହି ସଫଳତାର ଖବର ପ୍ରଚାରିତ ହେବା ପରେ ସୁବର୍ଣ୍ଣପୁର ସହର ସମେତ ସାରା ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ମହଳରୁ ଉଭୟ ପ୍ରତିଭାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଆଜି ସନ୍ଧ୍ୟାରେ ଭାରତ ବିକାଶ ପରିଷଦ, ସ୍ୱଚ୍ଛ ଭାରତ ସଙ୍ଗଠନ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଶୀତଲ କୁଶଳଙ୍କ ବାପା ଶ୍ରୀ ଅଭିମନ୍ୟୁ କୁଶଳଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା। ସମସ୍ତେ ଉଭୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ବୀରମହାରାଜପୁର ବ୍ଲକ ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର






