AK ପଶ୍ଚିମ ଏସିଆରେ ଯୁଦ୍ଧର ବାଦଲ ଘନେଇବାରେ ଲାଗିଥିବା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ଆମେରିକା ବିରୋଧରେ ଏକ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପଶ୍ଚିମ ଏସିଆରେ ଯୁଦ୍ଧର ବାଦଲ ଘନେଇବାରେ ଲାଗିଥିବା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ଆମେରିକା ବିରୋଧରେ ଏକ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ସିଧାସଳଖ ‘କାଗଜ ବାଘ’ ବୋଲି ବର୍ଣ୍ଣନା କରି ସେ ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି । ଖେମିନି କହିଛନ୍ତି ଯେ, ଯେଉଁ ବିଦେଶୀ ଘାଟି ନିଜକୁ ସୁରକ୍ଷା ଦେଇପାରୁ ନାହାନ୍ତି, ସେମାନେ ଏହି ଅଞ୍ଚଳକୁ ସୁରକ୍ଷା ଦେବା କଥା କହିବା ହାସ୍ୟାସ୍ପଦ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସେ ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି । ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଚାଲିଥିବା କୂଟନୈତିକ ପ୍ରୟାସ ଏବେ ବିଫଳ ହେବାରେ ଲାଗିଛି । ପାକିସ୍ତାନର ମଧ୍ୟସ୍ଥତା ଜରିଆରେ ଇରାନ ପଠାଇଥିବା ଏକ ନୂତନ ଶାନ୍ତି ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଇରାନ ପକ୍ଷରୁ ସୌଜନ୍ୟମୂଳକ ଭାବେ ଦିଆଯାଇଥିବା ଏହି ପ୍ରସ୍ତାବକୁ ଟ୍ରମ୍ପ ଗ୍ରହଣ ନକରିବା ଫଳରେ ଶାନ୍ତିର ପଥ ଏବେ ଅଧିକ ଜଟିଳ ହୋଇପଡ଼ିଛି । ଖାମେନି ସ୍ପଷ୍ଟ କରିଛନ୍ତି ଯେ, ବାହ୍ୟ ଶକ୍ତିଗୁଡ଼ିକ ଏହି ଅଞ୍ଚଳରେ ସ୍ଥିରତା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପାରସ୍ୟ ଉପସାଗର ଦିବସ ଅବସରରେ ଖେମିନି କହିଛନ୍ତି ଯେ, ଏହି ଅଞ୍ଚଳ କେବଳ ଏକ ଜଳଭଣ୍ଡାର ନୁହେଁ, ବରଂ ଇରାନର ସଭ୍ୟତା ଓ ପରିଚୟର ପ୍ରତୀକ। ସେ ଦାବି କରିଛନ୍ତି ଯେ ବିଶ୍ୱ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ଜଳପଥ ଖୁବଶୀଘ୍ର ଆମେରିକାର ଉପସ୍ଥିତିରୁ ମୁକ୍ତ ହେବ। ଏଥିସହ ହର୍ମୁଜ୍ ପ୍ରଣାଳୀର ସୁରକ୍ଷା ପାଇଁ ଇରାନ ନିଜର ପ୍ରତିବଦ୍ଧତା ଦୋହରାଇବା ସହ ଶତ୍ରୁ ପକ୍ଷର ଯେକୌଣସି କାର୍ଯ୍ୟକଳାପର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଆଞ୍ଚଳିକ ଦେଶଗୁଡ଼ିକର ଭାଗ୍ୟ ସେମାନଙ୍କ ନିଜ ହାତରେ ରହିବା ଉଚିତ ଏବଂ କୌଣସି ବିଦେଶୀ ଶକ୍ତିର ହସ୍ତକ୍ଷେପକୁ ଇରାନ ଆଉ ବରଦାସ୍ତ କରିବ ନାହିଁ ବୋଲି ସର୍ବୋଚ୍ଚ ନେତା ଘୋଷଣା କରିଛନ୍ତି ।






