ଏ.କେ ବ୍ୟୁରୋ : ନବ ଭାରତ ସାକ୍ଷରତା ଅଭିଯାନ ସଚେତନତା ପକ୍ଷ ଅନ୍ତର୍ଗତ ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ଅଧିକ ଜନମୁଖୀ ଓ ସଚେତନତାମୂଳକ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଅନୁଗୋଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଉପଲକ୍ଷେ ଏକ ସଚେତନତା ରାଲି ଓ ସେମିନାର ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଉଚ୍ଚ ବିଦ୍ୟାଳୟରୁ ବାହାରିଥିବା ଏହି ରାଲି ମାଧ୍ୟମରେ ନିରକ୍ଷରତା ଦୂରୀକରଣ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଏବଂ ଜୀବନବ୍ୟାପୀ ଶିକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ରାଲି ପରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଥିଲା।






