ଏ.କେ ବ୍ୟୁରୋ : ବ୍ରହ୍ମପୁର ଗୋଳନ୍ଥରା ନିକଟ ଗାନ୍ଧୀ କଲେଜ ହଷ୍ଟେଲରେ ଜଣେ ବିସିଏ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ପରେ ବୁଗୁଡ଼ାରେ ଗୋଳନ୍ଥରା ପୋଲିସ ର ଛାନଭିନ । ମୃତ ଛାତ୍ରୀ ଜଣକ ବୁଗୁଡ଼ା ବ୍ଲକ ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବ ପଞ୍ଚାୟତର ଘୋଡାପଡା ଗ୍ରାମର ସ୍ମୃତି ଭୋଳ, ସେ ଗାନ୍ଧୀ ଇଂଜିନିୟରିଙ୍ଗ କଲେଜ ରେ ବିସିଏ ଶେଷବର୍ଷର ଛାତ୍ରୀ ଥିଲେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଉକ୍ତ ଅନୁଷ୍ଠାନର ବିଶ୍ୱଜିତ୍ ଜେନା ଙ୍କ ନାମରେ ଅଭିଯୋଗ ଆଣିଛନ୍ତି,ଯିଏକି ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନାଙ୍କ ପୁତୁରା ହୋଇଥିବା ଜଣାପଡିଛି।

ତାଙ୍କ ସହିତ ଝିଅଙ୍କ ପ୍ରେମ ସମ୍ପର୍କ ଥିବାବେଳେ ତାଙ୍କର ଶବ ଉଦ୍ଧାର ନେଇ ପରିବାର ଲୋକେ ନାନା ଅଭିଯୋଗ କରିଛନ୍ତି ।ବିଶ୍ୱଜିତ୍ ଜେନାଙ୍କ ସହ ଛାତ୍ରୀଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ପରିବାର ପକ୍ଷରୁ ବିଶ୍ଵଜିତ୍ ଙ୍କ ବିରୋଧରେ ମାନସିକ ଚାପ ପ୍ରୟୋଗ କରିଥିବା ଅଭିଯୋଗ ମଧ୍ୟ କରାଯାଇଛି।ସେହିପରି, ଛାତ୍ରୀଙ୍କ ମୃତ୍ୟୁ ପରେ ଜଣେ ବ୍ୟକ୍ତି କିପରି ମହିଳା ହଷ୍ଟେଲ ପରିସରକୁ ଗାଡ଼ି ସହ ପ୍ରବେଶ କଲେ, ତାହାର ତଦନ୍ତ କରାଯିବାକୁ ପରିବାର ଦାବି କରିଛି। ଏକ ଭିଡିଓ ବାର୍ତ୍ତାରେ ପରିବାର ପକ୍ଷରୁ ସ୍ମୃତି ଙ୍କ ଗର୍ଭଧାରଣ ସମ୍ପର୍କିତ ପରୀକ୍ଷା କରାଯିବାକୁ ମଧ୍ୟ ଦାବି ଉଠିଛି।ଏହି ଅଭିଯୋଗଗୁଡ଼ିକର ସତ୍ୟତା ସମ୍ପର୍କରେ ପୋଲିସ ପକ୍ଷରୁ ଏକ ଟିମ ଆଜି ଘୋଡାପଡା ଗ୍ରାମରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।






