ଏ.କେ ବ୍ୟୁରୋ : ଭାରତର ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଡାଲଚିନି ନିଶ୍ଚୟ ଥିବ । ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ । ଏଥିରେ ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଇନ୍ଫ୍ଲାମେଶନ୍,ଏଣ୍ଟି ଡାଇବେଟିକ ଓ ଫାଇଟୋକେମିକାଲ ଗୁଣ ରହିଛି । ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାର କ୍ଷମତା ମଧ୍ୟ ରହିଛି । ଯଦି ଡାଲଚିନି ଖାଦ୍ୟରେ ସାମିଲ ହୁଏ, ତେବେ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖେ । ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୁଏ । ଡାଲଚିନି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ, ବିଶେଷକରି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ବେଶୀ ଫଳପ୍ରଦ ହୋଇଥାଏ । ବିଶେଷ କରି ଏହି ପାଣି କେଉଁମାନେ ପିଇବା ଉଚିତ୍ ଆସନ୍ତୁ ଜାଣିବା ।

ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟୀ ହୋଇଥାଏ । ଡାଲଚିନି ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରେ । ବିଶେଷ କରି ଟାଇପ୍ ୨ର ଡାଇବେଟିସ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ । ସକାଳେ ଖାଲି ପେଟରେ ଏହାକୁ ଖାଇବାକୁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । ଫଳରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ଡାଲଚିନି ପାଣି ମେଟାବାୟୋଲିଜିମକୁ ବୃଦ୍ଧି କରିଥାଏ । ଯାହା ଶରୀରକୁ ଅଧିକ କ୍ୟାଲୋରୀ ଯୋଗାଇଥାଏ । ଏହା ରକ୍ତ ଶର୍କରା ସ୍ତରକୁ ସ୍ଥିର କରି ହଠାତ୍ ଭୋକକୁ ନିୟନ୍ତ୍ରଣ କରିଥାଏ । ଯାହା ଅନାବଶ୍ୟକ ଖାଦ୍ୟ ଖାଇବାକୁ ଏଡାଇବାରେ ସାହାଯ୍ୟ କରିଥାଏ । ଶରୀରରେ ଜମାଟ ବାନ୍ଧୁଥିବା ଚର୍ବିକୁ ହ୍ରାସ କରିଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଭଲ ଉପଶମ ସଦୃଶ ହୋଇଥାଏ ଡାଲଚିନି ପାଣି । ଭୋକକୁ ନିୟନ୍ତ୍ରଣ ରଖିବାରୁ ଓଜନ ମଧ୍ୟ କମିଯାଇଥାଏ ।
ଡାଲଚିନି ପାଣି ପିଇବା ଦ୍ବାରା ପାଚନରେ ଥିବା ସମସ୍ୟା ଦୂର ହୋଇଥାଏ । କାରଣ ଏଥିରେ ପ୍ରାକୃତିକ ପାଚନ ଗୁଣ ରହିଛି । ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବା ସହିତ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଯେମିତିକି ଗ୍ୟାସ୍, ପେଟ ଫୁଲିବା, ବଦହଜମୀ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ହରମୋନ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଡାଲଚିନି ପାଣି । ଯାହା ପିରିୟର୍ଡସକୁ ନିୟନ୍ତ୍ରଣ କରିବା ଏବଂ ଓଭ୍ୟୁଲେସନକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିପାରିବ ।ଏହା ଛଡ଼ା ଡାଲଚିନି ପାଣିରେ ଆଣ୍ଟିଅକ୍ସିଡାଣ୍ଟ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରେ। ଏହା ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ହୃଦରୋଗ ରୋଗର ଆଶଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏତିକି ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ । ଏହା ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣାରେ ମଧ୍ୟ ଲାଭଦାୟକ ।
ଡାଲଚିନି ପାଣି କିପରି ବ୍ୟବହାର କରିବେ ?






