ଏ.କେ ବ୍ୟୁରୋ : ଦେବଗିରି ଏକ୍ସପ୍ରେସ ଟ୍ରେନରେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ୧ କୋଟି ୨୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ସିକନ୍ଦରାବାଦ ଜିଆରପି ଓ ଆରପିଏଫ୍ର ମିଳିତ ଚଢାଉ ବେଳେ ଏହି ବଡ ଧରଣର ନଗଦ ଟଙ୍କା ଜବତ ହୋଇଛି । ଦେବଗିରି ଏକ୍ସପ୍ରେସ ଟ୍ରେନରେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ୧ କୋଟି ୨୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି ।

ସିକନ୍ଦରାବାଦ ଜିଆରପି ଓ ଆରପିଏଫ୍ର ମିଳିତ ଚଢାଉ ବେଳେ ଏହି ବଡ ଧରଣର ନଗଦ ଟଙ୍କା ଜବତ ହୋଇଛି । ଘଟଣା ପରେ ହୱାଲା କାରବାର ନେଇ ସନ୍ଦେହ ବଢିଛି ।ସୂଚନା ଅନୁସାରେ, ଅଭିଯୁକ୍ତ ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳର ବାସିନ୍ଦା। ସେ ମୁମ୍ବାଇର ଜଣେ ଜୁଏଲେରୀ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ସିକନ୍ଦରାବାଦକୁ ଆସୁଥିଲେ। ମୋଣ୍ଡା ମାର୍କେଟର ଜଣେ ବ୍ୟବସାୟୀଙ୍କୁ ଏହି ଟଙ୍କା ପହଞ୍ଚାଇବା ପାଇଁ ତାଙ୍କୁ ମାତ୍ର ୫ ହଜାର ଟଙ୍କା ମିଳିବାକୁ ଥିବା ପୁଲିସକୁ କହିଛନ୍ତି।
ଚେକିଂ ବେଳେ ତାଙ୍କ ବ୍ୟାଗରୁ ଏତେ ପରିମାଣର ନଗଦ ଟଙ୍କା ମିଳିଥିଲେ ମଧ୍ୟ କୌଣସି ଲିଗାଲ ପ୍ରମାଣ ଦେଖାଇ ପାରିନଥିଲେ ପ୍ରାଥମିକ ତଦନ୍ତରୁ ଏହା ହୱାଲା କାରବାର ସହ ଜଡିତ ଥିବା ସନ୍ଦେହ କରାଯାଉଛି।ପୁଲିସ ଏବେ ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ସକ୍ରିୟ ଥିବା ହୱାଲା ଓ ଜୁଏଲେରୀ ବ୍ୟବସାୟୀ ନେଟୱର୍କ ଉପରେ ତଦନ୍ତ ଆରମ୍ଭ କରିଛି।






