ଏ.କେ ବ୍ୟୁରୋ : ପିପୁଲସ୍ କଲେଜ୍ ବୁଗୁଡ଼ା +3 ଦ୍ଵିତୀୟ ବର୍ଷ ର ଛାତ୍ରୀ ଉଷଶ୍ରୀ ଖାଡ଼ଙ୍ଗା ନୂଆ, ଦିଲ୍ଲୀ ଠାରେ ଏନ୍ ସି ସି ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ୍ କ୍ୟାମ୍ପ୍ ରେ ଅଂଶଗ୍ରହଣ କରି ପିପୁଲସ୍ କଲେଜ୍ ଏବଂ ବୁଗୁଡ଼ା ଅଞ୍ଚଳ ପାଇବ ଗୌରବ ଆଣିଛନ୍ତି। ଗଞ୍ଜାମ ଜିଲ୍ଳା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମ ର କାଲିପ୍ରସାଦ ଖାଡ଼ଙ୍ଗା ଏବଂ ସଙ୍ଗୀତା କୁମାରୀ ଖାଡ଼ଙ୍ଗା ଙ୍କ ଝିଅ ଉଷଶ୍ରୀ ପିପୁଲସ୍ କଲେଜ୍ ବୁଗୁଡ଼ା ଉଦ୍ଭିଦ ବିଜ୍ଞାନ ବିଭାଗ ର ଦ୍ଵିତୀୟ ବର୍ଷ ର ଛାତ୍ରୀ ଏବଂ ଏନ୍ ସି ସି ର ଜଣେ ଶୃଙ୍ଖଳିତ କ୍ୟାଡେଟ୍।

ସେ ଏନ୍ ସି ସି ପକ୍ଷରୁ ବିଭିନ୍ନ ସ୍ତର ରେ ୬ ଗୋଟି କ୍ୟାମ୍ପ ରେ ସଫଳତା ର ସହ ଉତ୍ତୀର୍ଣ ହୋଇ ନୂଆ ଦିଲ୍ଲୀ ଠାରେ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ୍ କ୍ୟାମ୍ପ୍ ରେ ଜଡ୍ଜିଙ୍ଗ ଡିସଷ୍ଟାଂଶ୍ ଇଭେଣ୍ଟ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ଏଥି ପାଇଁ ଉଷଶ୍ରୀ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ବୁଧବାର ଦିନ ପିପୁଲସ୍ କଲେଜ୍ ପକ୍ଷରୁ ଛାତ୍ରୀ ଉଷଶ୍ରୀ ଙ୍କୁ ଏକ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ପୁଷ୍ପ ଗୁଛ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଏହି ସଫଳତା ର ଶ୍ରେୟ ସେ ନିଜ ବାପା,ମା,ଓ କଲେଜ ର ଅଧକ୍ଷ, ଏନ୍ ସି ସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ କଲେଜ୍ ର ଅଧ୍ୟାପକ ଅଧ୍ୟାପିକା, ଏବଂ ନିଜର ସାଙ୍ଗ ସାଥି ମାନଙ୍କୁ ଦେଇଛନ୍ତି । ଉଷଶ୍ରୀ କହିଛନ୍ତି ଯେ ସେ ଏଭଳି କଠିନ ପରିଶ୍ରଣ ଜାରି ରଖିବେ ଏବଂ ଭବିଷ୍ୟତ ରେ ସେନା ବାହିନୀ ରେ ଯୋଗ ଦେଇ ଦେଶ ସେବା କରିବେ । ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର






