ଏ.କେ ବ୍ୟୁରୋ : ବଦଳିଲେ ବାରଙ୍ଗ ଥାନା IIC । ବାରଙ୍ଗ ଥାନା IIC ନିରଞ୍ଜନ ବେହେରାଙ୍କୁ କଟକ DCP ଅଫିସକୁ ବଦଳି କରାଯାଇଛି । ପୁରୀଘାଟ ଥାନା ଅଧିକାରୀ ବିଶ୍ବ ରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନା ଦାୟିତ୍ବ ଦିଆଯାଉଛି । ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା ।
ଅଭିଯୋଗର ତଦନ୍ତ ପରେ ନିରଞ୍ଜନ ବେହେରାଙ୍କୁ ବଦଳି କରାଯାଇଛି । ଚଣ୍ଡିପ୍ରସାଦ ଗାଁର ରାକେଶଙ୍କୁ ପୋଲିସ ଥାର୍ଡ ଡ଼ିଗ୍ରୀ ଦେଇଥିବା ଅଭିଯୋଗ ହୋଇଥିଲା । ରାକେଶ ଗୁରୁତର ହେବାରୁ ୨୪ ତାରିଖରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ରାକେଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶୁକ୍ରବାର ବାରଙ୍ଗ ଥାନା ସମ୍ମୁଖରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।
ବାରଙ୍ଗ ଥାନାରେ ଯୁବକଙ୍କୁ ପୋଲିସର ନିର୍ଯାତନା ଘଟଣାରେ ଏଯାଏ ମିଳିନି ପରିବାରକୁ ନ୍ୟାୟ । ନ୍ୟାୟ ଭିକ୍ଷା କରି ନିରାଶ ହେଉଛି ପରିବାର । ପୋଲିସ ପ୍ରଶାସନ ନା ରାଜ୍ୟ ସରକାର କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି । ଆଉ ସେପଟେ ଜୀବନ ମରଣ ସହ ସଂଗ୍ରାମ କରୁଛି ନିରୀହ ରାକେଶ । ପରିବାର ଲୋକଙ୍କ ସୂଚନା ମୁତାବକ ରାକେଶଙ୍କୁ ପୋଲିସ ଥାର୍ଡ ଡ଼ିଗ୍ରୀ ଦେବା ଘଟଣାରେ ରାକେଶ ଗୁରୁତର ହେବାରୁ ୨୪ ତାରିଖରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପରିବାର ଲୋକେ ଖବର ପାଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳେକୁ ରାକେଶର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ପରେ ପୋଲିସ ରାକେଶକୁ କଟକ ବଡ଼ ଡ଼ାକ୍ତରଖାନାର ସେଣ୍ଟ୍ରାଲ ICU ରେ ଭର୍ତି କରିଥିଲା ।
ଶୁକ୍ରବାର ଦିନ ପୁଣି ପୋଲିସ ବଳ ପ୍ରୟୋଗ କରି ରାକେଶକୁ ସେଠାରୁ କେଉଁଆଡେ ନେଇ ଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରି ବାରଙ୍ଗ ଥାନା ସମ୍ମୁଖରେ କଟକ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ୭ ଘଣ୍ଟା ଧରି ଅପରାହ୍ନ ୨ ଟାରୁ ରାତି ୯ ଟା ଯାଏ ଚଳାଚଳ ବ୍ୟାହତ ହୋଇଥିଲା । ପରେ ପୋଲିସ ବଳ ପ୍ରୟୋଗ କରି ଫୋର୍ସ ଲଗାଇ ଲୋକଙ୍କୁ ଘଉଡାଇ ଦେଇଥିଲା । ହେଲେ ଲୋକଙ୍କ ମନରୁ ଆନ୍ଦୋଳନର ନିଆଁ ବଢ଼ି ବଢ଼ି ଚାଲିଥିଲା। ଗତକାଲି ବାଙ୍କୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଚଣ୍ଡୀପ୍ରସାଦ ଗ୍ରାମରେ ପହଞ୍ଚି ରାକେଶଙ୍କ ପରିବାର ସହ ଆଲୋଚନା କରି ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଗତକାଲି ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ନେଇ ଶାନ୍ତି କମିଟି ଏକ ବୈଠକ କରିଥିଲା । ବୈଠକର ନିଷ୍ପତି ମୁତାବକ ଆଜି ଶାନ୍ତି କମିଟିର ୫ ଜଣିଆ ଦଳ କଟକ ଡିସିପିଙ୍କୁ ଭେଟି ନିରୀହ ଗରିବ ରାକେଶଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିବା ସହ ଗୁରୁତର ରାକେଶକୁ ଡ଼ାକ୍ତରଖାନାରେ ଭେଟ ହେବେ ସୂଚନା ରହିଛି । ଗ୍ରାମବାସୀଙ୍କ ଆକ୍ରୋଶ ଓ ବିଭିନ୍ନ ଘଟଣାକୁ ଦୃଷ୍ଟିରେ ରହି ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି । ଏପଟେ କଟକ ବଡ଼ ଡ଼ାକ୍ତରଖାନାର ହୃଦରୋଗ ବିଭାଗର ICU ରେ ଗୁରୂତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକଙ୍କ ସୂଚନା ମୁତାବକ ରାକେଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପୁଅ ଆଖି ପତା ମଧ୍ୟ ପକାଉ ନାହିଁ ।






