ଏ.କେ ବ୍ୟୁରୋ : ଯାଜପୁର ନିର୍ବାଚନ ମଣ୍ଡଳୀ ର ଯାଜପୁର ବ୍ଲକର ବାସୁଦେବ ପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ. ଏଠି ଦେଖିବାକୁ ମିଳିଛି ଦୁଇ ଭାଇଙ୍କ ମଧ୍ୟରେ ଟଣା ଓଟରା. ଗୌତମ ରାଏ କାହାର ସାନ ଭାଇ ସୁଶାନ୍ତ ତରାଇ ଙ୍କର ନା ବଡ଼ ଭାଇ ସରପଞ୍ଚ କାହ୍ନୁ ଚ଼ରଣ ତରାଇ ଙ୍କର. ପୃର୍ବ ପଞ୍ଚାୟତ ଇଲକ୍ସନ ରେ ଦୁଇ ଭାଇ ପରସ୍ପର ର ସହିତ ମୈଦାନ ରେ ବିଜେଡି ରୁ ସରପଞ୍ଚ ପ୍ରାଥୀ ପାଇଁ ଲଢେଇ କରିଥିଲେ. କାହ୍ନୁ ଚ଼ରଣ ତରାଇ ବିଜେଡି ରୁ ଟିକେଟେ ପାଇ ଜିତିବାର ସ୍ୱାଦ ଚାଖିଥିଲେ.
ସୁଶାନ୍ତ ତାରାଇ ହାରିବାର ସ୍ୱାଦ ଚାଖିଥିଲେ. କିନ୍ତୁ କିଛି ମାନ ଅଭିମାନ ଓ ରାଗରେ ଦଳ ଛାଡି ବିଜେପି ଦଳରେ ଗୌତମ ରାଏ ଙ୍କ ଆଶ୍ରିବାଦ ନେଇ ବିଜେପି ରେ ମିଶିଲେ ଓ ପଞ୍ଚାୟତରେ ବିଜେପି ସଙ୍ଘଠନ କୁ ଆଗେଇ ନେଲ ସାନ ଭାଇ ସୁଶାନ୍ତ ତରାଇ. କିନ୍ତୁ ଫୁଣି ଦେଖିବାକୁ ମିଳିଲା ବଡ଼ ଭାଇ ସରପଞ୍ଚ କାହ୍ନୁ ଚ଼ରଣ ତରାଇ ବିଜେଡି ପାଖରୁ ସବୁ ପାଇ ମଧ୍ୟ ବିଜେଡି ଛାଡି ଯୋଉ ଗୌତମ ରାଏ ଙ୍କୁ ଦିନେ ସ୍ୱାର୍ଥ ପାଇଁ ଛାଡି ଥିଲେ ତାଙ୍କରି ହାତରୁ ଟୋପି ପିନ୍ଧି ବିଜେପି ରେ ମିଶିଲେ. ମିଶିବାର କାରଣ କଣ ହେଇ ପାରେ ସାନ ଭାଇ ସୁଶାନ୍ତ ତରାଇ ଙ୍କୁ ରାଜନୀତି ରେ ଆଗକୁ ନଛାଡିବାକୁ ନା ପଞ୍ଚାୟତ ରେ ସରପଞ୍ଚ ନକରେଇଦେବା ଲକ୍ଷ୍ୟ ଥାଇ ପାରେ. ନା ନିଜେ ସରପଞ୍ଚ ହେବା ପାଇଁ ସେ ବିଜେପି ରେ ମିଶିଲେ. ଯିଏ ଦଳକୁ ଆଗକୁ ନେଲେ ତାଙ୍କ ଭବିଷ୍ୟତ କଣ ହେବ ଯିଏ ଦଳ ପାଇଁ ଦିନ ରାତି ଏକ୍ କରି କାମ କରୁଥିଲେ ସେ ନିଜ ଲକ୍ଷ୍ୟସ୍ଥଳ ରେ ପହଁଞ୍ଚି ପାରିବେତ? ଦଳରେ ପଛରେ ମିଶି ବଡ଼ ଭାଇ କାହ୍ନୁ ଚ଼ରଣ ତାରାଇ ଙ୍କ ଦବ୍ଦବା ଦେଖିବାକୁ ମିଳିଲାଣି ଏବଂ ଆସ୍ତେ ଆସ୍ତେ ଗୌତମ ରାଏ ଙ୍କ ବିଶ୍ୱସ୍ତ ହେବାକୁ ଲାଗିଲେଣି. ସାନ ଭାଇ ସୁଶାନ୍ତ ତରାଇ କୋଉ ଅଙ୍କ କଷି ଗୌତମ ଙ୍କ ଆହୁରି ବିଶ୍ୱତ ହେବେ ନା ସେଇ ଜାଗାରେ ରହିଯିବେ . ଯାହା ଦେଖିବା କୁ ବାକି ରହିଲା ଗୌତମ ରାଏ କାହାକୁ କୋଳେଇ ନେଉଛନ୍ତି ନା ଦୁଇ ଭାଇଙ୍କୁ ସମାନ ଅଧିକାର ଦେଉଛନ୍ତି (ଯାଜପୁର ରୁ ଯଯାତି ମହାପାତ୍ର)






