ଏ.କେ ବ୍ୟୁରୋ : ବିମାନ ଇନ୍ଧନ ଦର ବଢ଼ିବା ପରେ ବିମାନ ସେବା ପ୍ରଭାବିତ । ଉଡ଼ାଣରେ କାଟଁଛାଟଁ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ । ୨୨% ଘରୋଇ ଉଡ଼ାଣ କମାଇଲା ଏୟାର ଇଣ୍ଡିଆ । ୫ରୁ ୭%କମାଇବାକୁ ଇଣ୍ଡିଗୋର ଯୋଜନା । ଜୁନରୁ ହେବ ଲାଗୁ ।
ଯୁଦ୍ଧର ପ୍ରଭାବ ପଡ଼ିଛି ଘରୋଇ ବିମାନ ଚଳାଚଳ ଉପରେ। ଯୁଦ୍ଧ ଯୋଗୁଁ ବିମାନ ଇନ୍ଧନ ଦର ବଢ଼ିବା ପରେ ବିମାନ ସେବା ପ୍ରଭାବିତ ଉଡ଼ାଣରେ କାଟଁଛାଟଁ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ। ୨୨% ଘରୋଇ ଉଡ଼ାଣ କମାଇଲା ଏୟାର ଇଣ୍ଡିଆ। ସେହିପରି ୫ରୁ ୭%କମାଇବାକୁ ଇଣ୍ଡିଗୋ ଯୋଜନା କରିଛି। ଜୁନରୁ ଏହାଲାଗୁ ହେବ । ଏୟାର ଇଣ୍ଡିଆ ଘରୋଇ ଉଡ଼ାଣରୁ ପ୍ରାୟ ୨୨% ବାତିଲ କରିଛି ଇନ୍ଧନ ସଙ୍କଟ ଓ ପଶ୍ଚିମ ଏସିଆ ବିବାଦ କାରଣରୁ ଏହି ପଦକ୍ଷେପ ନିଆଯାଇଛି ଇନ୍ଧନ ଦରବୃଦ୍ଧି ଚାପ ଅସହ୍ୟ ହେବାରୁ ଦେଶର ଦୁଇ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଘରୋଇ ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏୟାର ଇଣ୍ଡିଆ ଘରୋଇ ରୁଟରେ ୨୨ ପ୍ରତିଶତ ଓ ଇଣ୍ଡିଗୋ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ଉଡ଼ାଣ ବାତିଲ କରିଛି। ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଉଭୟ କମ୍ପାନିର ଉଡ଼ାଣ ହ୍ରାସ ପାଇବ। ପୂର୍ବରୁ ଉଭୟ ସଂସ୍ଥା ଅନ୍ତର୍ଜାତୀୟ ରୁଟ୍ରେ ଉଡ଼ାଣ ବାତିଲ କରିଥିଲେ। ଏୟାର ଇଣ୍ଡିଆ ୨୭ ପ୍ରତିଶତ ଓ ଇଣ୍ଡିଗୋ ୧୭ ପ୍ରତିଶତ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରିଥିଲା । ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ହାରାହାରି ୪୪୦୦ ଉଡ଼ାଣ କରିଥାଏ। ସେଥିରୁ ୩୬୦୦ ଉଡ଼ାଣ ଦେଶ ଭିତରେ ଓ ୮୦୦ ଉଡ଼ାଣ ଅନ୍ତର୍ଜାତୀୟ ରୁଟ୍ରେ ହୋଇଥାଏ। ତେଣୁ ଏୟାର ଇଣ୍ଡିଆ ଘରୋଇ ରୁଟ୍ରେ ୮୦୦ ଉଡ଼ାଣ ବାତିଲ କରିପାରେ। ଅନ୍ୟପକ୍ଷରେ ଚଳିତ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତେଲ ଦର ୧୦୦ ଡଲାର ଉପରେ ରହିଛି। ଇନ୍ଧନ ଦରବୃଦ୍ଧି ଚାପ ରହୁଛି ସେଥିପାଇଁ ବିମାନ ଇନ୍ଧନ ମୂଲ୍ୟରେ ଖର୍ଚ୍ଚର ୪୦ ପ୍ରତିଶତ କେବଳ ତେଲ କିଣିବାରେ ଖର୍ଚ୍ଚ ହୋଇଥାଏ । ମଧ୍ୟପ୍ରାଚ୍ୟ ବାୟୁସୀମାରେ ମଧ୍ୟ କଟକଣା ଲଗାଇଛନ୍ତି। ତାହା ଭାରତୀୟ ଏୟାରଲାଇନ୍ଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି।






