ଏ.କେ ବ୍ୟୁରୋ : ବ୍ୟାଗରେ ମୃତଦେହ ଠାବ, ହତ୍ୟା ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ, ରାୟଗଡାରେ ଚାଞ୍ଚଲ୍ୟ
ରାୟଗଡା, ୧୭/୬(ସୋନୁ ବାଘ୍): ରାୟଗଡା ସହର ଉପକଣ୍ଠ ଖଲିଗୁଡା ଗ୍ରାମ ନିକଟରେ ବନ୍ଦ ଥିବା ବ୍ୟାଗରେ ମୃତଦେହ ଠାବ ହୋଇଛି I

ସୂଚନାରୁ ଜଣାପଡିଛି ଯେ, ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରେ ଏକ ବଡ ବ୍ୟାଗ ସନ୍ଦେହଜନକ ଭାବେ ପଡିଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ I ଏନେଇ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ପୁଲିସ ବନ୍ଦ ବ୍ୟାଗ ଖୋଲି ଦେଖିଲା ବେଳେ ସେଥିରେ ଏକ ମୃତଦେହ ରହିଥିବା ଦେଖିବାକୁ ପାଇଥିଲା I ମୃତ ଦେହଟି ଜଣେ ମହିଳାଙ୍କ ବୋଲି ଜଣାପଡ଼ିଛି I ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି I ରାୟଗଡା ଏସଡିପିଓ ଗୌରହରୀ ସାହୁ ଏବଂ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି I ତେବେ କାହାର ମୃତଦେହ ଏବଂ ଏଠାକୁ କିପରି ଆସିଲା ସେ ନେଇ ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I






