ଏ.କେ ବ୍ୟୁରୋ : ଭୁବନେଶ୍ବର ପାହାଳ ଅନନ୍ତପୁର ପ୍ରଭାତ ବେହେରା ହତ୍ୟାକାଣ୍ଡ ଘଟଣା । ଆଉ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍ । ଅନନ୍ତପୁରର କୁନୁ ଭୋଇକୁ ଅଟକ ରଖିଛି ପାହାଳ ପୋଲିସ । ଘରୁ କୁନୁ ସହ ସ୍କୁଟିରେ ବାହାରିଥିଲେ ପ୍ରଭାତ। ଏନେଇ ଘରୁ ବାହାରିବା ପରେ ହତ୍ୟା ସ୍ଥଳକୁ ଆସିଥିଲେ । ଯେଉଁଠି ତାଙ୍କ ମୁହଁରେ ମଦ ବୋତଲରେ ଆକ୍ରମଣ ସହ ମାଡ ମାରି ହତ୍ୟା କରାଯାଇଥିଲା । ସିସିଟିଭିରୁ ପୋଲିସ ପାଇଲା କୁନୁର ପ୍ରମାଣ । ଏନେଇ ପଚରା କରୁଛି ପୋଲିସ୍ ।
ଗତକାଲି ଅନନ୍ତପୁର ପେଟ୍ରୋଲ ପମ୍ପ କଡ ନିକଟରୁ ମିଳିଥିଲା ମୃତଦେହ । ଯାହାକୁ ନେଇ ଗାଁ ଲୋକ ଗିରଫ ଦାବିରେ ନିଆଳି ଓ ନଖରା ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରୁଥିଲା । ହାଇଓ୍ବା ମାଲିକ ଓ ତାର ଭାଇକୁ ଅଟକ ରଖିଥିଲା । ଏବେ କୁନୁ ଭୋଇ ଅଟକ ପରେ ହତ୍ୟାର କାରଣ ଖୋଜୁଛି ପୋଲିସ୍ ।






