ବୁଗୁଡ଼ା:ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମାଧ୍ୟାନ୍ନ ଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।
କୁନିକୁନି ଛାତ୍ରଛାତ୍ରୀମାନେ ମୁକ୍ତ ଆକାଶ ତଳେ ଏବଂ ଅପରିଷ୍କାର ପରିବେଶରେ ତଳେ ବସି ମାଧ୍ୟାନ୍ନ ଭୋଜନ ଗ୍ରହଣ କରୁଛନ୍ତି।ଖାଦ୍ୟ ଥାଳି ଚାରିପାଖରେ ଖାଦ୍ୟ ଅବଶିଷ୍ଟ ପଡ଼ିଥିବା ସହ ବିଦ୍ୟାଳୟ ପରିବେଶ ମଧ୍ୟ ସ୍ୱଚ୍ଛ ନାହିଁ।

ଏଭଳି ପରିସ୍ଥିତିରେ ଭୋଜନ କରିବା ଫଳରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି। ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶରେ ଖାଦ୍ୟ ଗ୍ରହଣ କରିବା ପିଲାମାନଙ୍କର ମୌଳିକ ଅଧିକାର ହୋଇଥିବା ବେଳେ ଏପରି ଦୃଶ୍ୟ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗ ଏହାର ତଦନ୍ତ କରି ପିଲାମାନଙ୍କ ପାଇଁ ଉପଯୁକ୍ତ ବସିବା ଓ ଭୋଜନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।






