ଏ.କେ ବ୍ୟୁରୋ : ଅତ୍ୟନ୍ତ ଦୁଃଖର ସହ ଜଣାଇବାକୁ ପଡ଼ୁଛି ଯେ, ବୌଦ୍ଧ ଜିଲ୍ଲା କାଦପଦର୍ ଗ୍ରାମର ପ୍ରତିଷ୍ଠିତ ବରିଷ୍ଠ ଆଇନଜୀବୀ, ଆମ ସମସ୍ତଙ୍କର ପୂଜ୍ୟ ଦାଦା ଶ୍ରୀ ଯୋଗେଶ ଚନ୍ଦ୍ର ଗାଈଗରିଆ ଆଉ ଆମ ଗହଣରେ ନାହାନ୍ତି। ତାଙ୍କର ବିୟୋଗ ଆମ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ଦକ୍ଷ ଆଇନଜୀବୀ ଓ ସମାଜର ମାର୍ଗଦର୍ଶକ ଭାବେ ତାଙ୍କର ସ୍ମୃତି ସଦାସର୍ବଦା ଅମର ହୋଇ ରହିବ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ଆକୁଳ ପ୍ରାର୍ଥନା, ସେହି ମହାନ ଆତ୍ମାକୁ ସଦଗତି ପ୍ରଦାନ କରିବା ସହ ଏହି ଅସହ୍ୟ ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅଶେଷ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ଓଁ ଶାନ୍ତି! ଅମର ଆତ୍ମାର ସଦଗତି ହେଉ।
ବୌଦ୍ଧରୁ କୃତ୍ତିବାସ ପଳିଆଙ୍କ ରିପୋର୍ଟ ଆପଣଙ୍କ ଖବର






