ଏ . କେ ବ୍ୟୁରୋ : ବଢ଼ୁଥିବା ଥଣ୍ଡା ଏବଂ ପାଗରେ ପରିବର୍ତ୍ତନ ଯୋଗୁଁ କାଶ,ଥଣ୍ଡା,ଜ୍ବର,ଝାଡ଼ାବାନ୍ତି ପରି ଅନେକ ସମସ୍ୟା ଦେଖାଯାଏ । ସେଥିପାଇଁ ପ୍ରତିଟି ଘରେ ଏବେ ମେଡିସିନର ମାତ୍ରା ବି ବଢ଼େ । ତେବେ ଆମେ ଯେଉଁ ମେଡିସିନ୍ ଗୁଡ଼ିକ ଖାଉ ସେଥିରେ କିଛି ଧଳା ଏବଂ କିଛି ରଙ୍ଗବେରଙ୍ଗ ଥିବା ବେଳେ ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଶୀତଋତୁରେ ଘରେ ଘରେ ଔଷଧର ବ୍ୟବହାର ଅଧିକ ହୋଇଥାଏ । ବଢ଼ୁଥିବା ଥଣ୍ଡା ଏବଂ ପାଗରେ ପରିବର୍ତ୍ତନ ଯୋଗୁଁ କାଶ,ଥଣ୍ଡା,ଜ୍ବର,ଝାଡ଼ାବାନ୍ତି ପରି ଅନେକ ସମସ୍ୟା ଦେଖାଯାଏ ।
ସେଥିପାଇଁ ପ୍ରତିଟି ଘରେ ଏବେ ମେଡିସିନର ମାତ୍ରା ବି ବଢ଼େ । ତେବେ ଆମେ ଯେଉଁ ମେଡିସିନ୍ ଗୁଡ଼ିକ ଖାଉ ସେଥିରେ କିଛି ଧଳା ଏବଂ କିଛି ରଙ୍ଗବେରଙ୍ଗ ଥିବା ବେଳେ ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହା ପଛର କାରଣ କ’ଣ? କାହିଁକି ସବୁ ମେଡିସିନ୍ ଧଳା କିମ୍ବା ରଙ୍ଗୀନ ନୁହେଁ ? ମେଡିସିନର ଆକାର କାହିଁକି ପରସ୍ପରଠାରୁ ଅଲଗା ? ଯଦି ଆପଣଙ୍କ ପାଇଁ ମଧ୍ୟ ଏହି ପ୍ରଶ୍ନ ନୂଆ ତା’ହେଲେ ଆସନ୍ତୁ ଜାଣିବା । ବଜାରରେ ମିଳୁଥିବା ଔଷଧ କେବଳ ଦେଖିବାକୁ ସୁନ୍ଦର ଲାଗିବ ବୋଲି ରଙ୍ଗୀନ ନୁହେଁ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ । ଔଷଧଟି ଯେଉଁ କ୍ୟାମିକାଲ୍ ବା ଡ୍ରଗ୍ ବ୍ୟବହାର କରି ପ୍ରସ୍ତୁତ ହୁଏ ସେହି ଡ୍ରଗ୍ ହିଁ ନିର୍ଣ୍ଣୟ କରେ ଯେ ମେଡିସିନର କଲର୍ କ’ଣ ହେବ । ଅର୍ଥାତ ଯେମିତି ଡ୍ରଗର ରଙ୍ଗ ହେବ ଔଷଧ ମଧ୍ୟ ସେ ରଙ୍ଗର ପ୍ରସ୍ତୁତ ହେବ । ଯେମିତିକି ବରବେରିନ୍ ମେଡିସିନର ରଙ୍ଗ ହଳଦିଆ କାରଣ ସେଥିରେ ବ୍ୟବହାର ହୋଇଥିବା ଡ୍ରଗର ରଙ୍ଗ ହଳଦିଆ । ଠିକ୍ ସେହିଭଳି କାର୍ବନ ଟ୍ୟାବଲେଟର ରଙ୍ଗ କଳା ହୋଇଥାଏ । ଏହାଛଡ଼ା ଔଷଧର ରଙ୍ଗର ପ୍ରଭାବ ଆମ ମନ ଉପରେ ମଧ୍ୟ ପଡ଼େ । ସୂଚନା ଅନୁସାରେ , ପ୍ରଥମଥର ପାଇଁ ରଙ୍ଗବେରଙ୍ଗର ମେଡିସିନ୍ ୧୯୬୦ ମସିହାରେ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ସମୟରେ କମ୍ପାନି ଏହି ରଙ୍ଗର ବିଶେଷ ଧ୍ୟାନ ଦେଉଛି । ଜେଲ୍ କ୍ୟାପସୁଲ୍ ପାଇଁ ୭୫,୦୦୦ ରୁ ଅଧିକ କଲର୍ କମ୍ବିନେସନର ବ୍ୟବହାର କରାଯାଉଛି । ବିଂଶ ଶତାବ୍ଦୀ ବେଳକୁ ଔଷଧ ଗୋଲାକାର ଏବଂ ଧଳା ହେବାର ସୂଚନା ମିଳେ । ତେବେ ଔଷଧର ରଙ୍ଗରେ ପରିବର୍ତ୍ତନ ହେବା ଦ୍ବାରା ଏହାର ଅଧିକ ଲାଭ ବୃଦ୍ଧ ଏବଂ ଅପାଠୁଆ ଲୋକ ନେଇପାରିଲେ । ଔଷଧର ନାଁ ପଢ଼ି ନଜାଣିଲେ ରଙ୍ଗ ଦେଖି ଖାଉଥିଲେ ଲୋକେ ।






