ଏ.କେ ବ୍ୟୁରୋ : ରାଜଧାନୀରେ ଲଜ୍ଜା । ଚାକିରି ଆଳରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ । ପାର୍ଲର ଭିତରେ ଦୁଷ୍କର୍ମ କଲା ଅଭିଯୁକ୍ତ । ପାର୍ଲର ମାଲିକକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳରେ ପାର୍ଟ ଟାଇମ୍ ଚାକିରି ଖୋଜୁଥିବା ଯୁବତୀଙ୍କୁ ପାର୍ଲରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ । ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । ପୀଡ଼ିତା ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି ।
ସେପଟେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀଙ୍କୁ ଅପହରଣ ଉଦ୍ୟମ କରିଥିଲେ । କାଲି ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ଘଟଣା ସାମ୍ନାକୁ ଆସିଛି । ଭୟଭୀତ ଅବସ୍ଥାରେ ଯୁବତୀମାନେ ଦୌଡ଼ି ଦୌଡ଼ି ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ । ନିଜକୁ ବଞ୍ଚାଇବା ପାଇଁ ସେମାନେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗଳି ଓ ବସ ତଳେ ଲୁଚି ଯାଇଥିଲେ । ସେହି ସମୟରେ ସଂପୃକ୍ତ ଏନଜିଓର କିଛି ମହିଳା କର୍ମଚାରୀ ସେମାନଙ୍କ ପିଛା କରୁଥିବା ଦେଖାଯାଇଥିଲା ।






