ଏ.କେ ବ୍ୟୁରୋ : ପ୍ରୋଟିନଯୁକ୍ତ ଖାଦ୍ୟ ଆମ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯାହା ମାଂସପେଶୀକୁ ଗଠନ କରିବାରେ ସାହାଯ୍ୟ କରିଥାଏ । ସେତିକି ନୁହେଁ ପୋଷକଯୁକ୍ତ ଖାଦ୍ୟ ଆମକୁ ଏନର୍ଜି ଦେଇଥାଏ ।
ପ୍ରୋଟିନ୍ ପାଇଁ ଆମେ ସାଧାରଣତଃ ଅଣ୍ଡା ଖାଇଥାଉ । କିନ୍ତୁ କିଛି ଶାକାହାରୀ ଲୋକ ପ୍ରୋଟିନ୍ ପାଇଁ ଅଣ୍ଡା ବଦଳରେ କିଛି ଖାଦ୍ୟ ଖାଇପାରିବେ । ଯାହାକୁ ଖାଇବା ଦ୍ବାରା ଉପଯୁକ୍ତ ପରିମାଣର ପ୍ରୋଟିନ୍ ସେଥିରୁ ମିଳିପାରିବ । ତେଣୁ ଆସନ୍ତୁ ଜାଣିବା ପ୍ରୋଟିନ୍ ପାଇଁ ଅଣ୍ଡା ପରିବର୍ତ୍ତେ କେଉଁ ସବୁ ଖାଦ୍ୟ ଖିଆଯାଇପାରିବ । ତେଣୁ ଶାକାହାରୀ ଲୋକମାନେ ଏହି ପ୍ରୋଟିନଯୁକ୍ତ ଖାଦ୍ୟ ନିଜ ଡାଏଟ ଲିଷ୍ଟରେ ସାମିଲ କରିବା ଉଚିତ୍ ।
ଅଣ୍ଡାକୁ ପ୍ରୋଟିନର ଭଣ୍ଡାର ବୋଲି କୁହାଯାଏ । ୧ ଅଣ୍ଡା ଆମ ଶରୀରକୁ ପ୍ରାୟ ୬ ଗ୍ରାମ ପ୍ରୋଟିନ ଦେଇଥାଏ । ତେଣୁ ଅଧିକାଂଶ ସମୟରେ ନିରାମିଷ ଖାଦ୍ୟକୁ ପ୍ରୋଟିନର ଉତ୍ସ ବୋଲି ଅଣଦେଖା କରାଯାଏ । କିନ୍ତୁ ଏମିତି କିଛି ସବୁଜ ପନିପରିବା ରହିଛି ଯାହା ଅଣ୍ଡା ଅପେକ୍ଷା ଆମକୁ ଅଧିକ ପ୍ରୋଟିନ୍ ଯୋଗାଇଥାଏ । ଅନେକ ସମୟରେ ନିରାମିଷ ଲୋକମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ଥାଆନ୍ତି । ଆଜି ଆମେ ଆପଣଙ୍କୁ ଏକ ସେହି କିଛି ପନିପରିବା ସମ୍ପର୍କରେ ଜଣାଇବୁ ।

ଆମେ ଆଜି ଯେଉଁ ପନିପରିବା ସମ୍ପର୍କରେ କହିବାକୁ ଯାଉଛୁ ସେହି ପନିପରିବା ମାକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର । ଆପଣ ଦୈନନ୍ଦିନ ଡାଏଟରେ ଏହାକୁ ସାମିଲ କରିବା ଦ୍ବାରା ଆପଣଙ୍କର ପ୍ରୋଟିନରେ ଉନ୍ନତି ଆଣିବ । ଯାହା ଆପଣଙ୍କ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦୂର କରିବ । ଆସନ୍ତୁ ସେହି ୫ଟି ସବୁଜ ପନିପରିବା ସମ୍ପର୍କରେ ଜାଣିବା ।
ପାଳଙ୍ଗ :
ପାଳଙ୍ଗ ହେଉଛି ନ୍ୟୁଟ୍ରିଏନ୍ସର ପାୱାରହାଉସ ବୋଲି କୁହାଯାଏ । ଯାହାର ଉପକାରିତା ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଗୋଟିଏ କପ୍ ରନ୍ଧା ପାଳଙ୍ଗରେ ପ୍ରାୟ ୫.୪ ଗ୍ରାମ୍ ପ୍ରୋଟିନ୍ ଥାଏ । ରନ୍ଧା ପାଳଙ୍ଗରେ ପ୍ରୋଟିନ୍ କମ୍ ମିଳିଥାଏ । ତେଣୁ ଆପଣ ଏହାକୁ ଆପଣଙ୍କ ଖାଇବା ଲିଷ୍ଟରେ ସାମିଲ କରିପାରିବେ ।
ଡ୍ରମଷ୍ଟକ୍ :
ଡ୍ରମଷ୍ଟିକକୁ ସଜନା ଛୁଇଁ ଭାବେ ବେଶ୍ ଜଣାଶୁଣା । ସଜନା ଛୁଇଁ ଯେତିକି ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସେହିପରି ଏହାର ପତ୍ର ମଧ୍ୟ ଫଳପ୍ରଦ ହୋଇଥାଏ । ଏହାର ପତ୍ରରେ ପ୍ରାୟ ୨ ଗ୍ରାମର ପ୍ରୋଟିନ୍ ଥାଏ । ଯାହାକୁ ସର୍ବୋତ୍ତମ ପ୍ରୋଟିନର ଉତ୍ସ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।
ବ୍ରୋକୋଲି :
ଚିଆସିଡ୍ସ :
ବର୍ତ୍ତମାନ ସମୟରେ ଚିଆସିଡ୍ଦ ଟ୍ରେଣ୍ଡି ସୁପରଫୁଡ ପାଲଟିଛି । ଚିଆସିଡ୍ସରେ ଓମେଗା ୩ ଫ୍ୟାଟି ଏସିଡ୍ ଗୁଣରେ ଭରପୁର । ଏଥି ସହିତ ଏଥିରୁ ଫାଇବର, କ୍ୟାଲସିୟମ୍ ଏବଂ ଆଣ୍ଟି ଅକ୍ସଡାଣ୍ଟ ଭଳି ଗୁଣ ମିଳୁଥିବାରୁ ଏହାକୁ ଅଣ୍ଡା ସହିତ ସମାନ ବୋଲି କୁହାଯାଏ ।
ଛତୁ :
ଧଳା ବଟମ୍ ଛତୁରେ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । କଞ୍ଚା ଛତୁରେ ପ୍ରତି ୧୦୦ ଗ୍ରାମରେ ୩.୧ ଗ୍ରାମରପ୍ରୋଟିନ ଥାଏ । କିନ୍ତୁ ରନ୍ଧା ଛତୁରେ ପ୍ରାୟ ୫.୭ ଗ୍ରାମର ପ୍ରୋଟିନ୍ ମିଳିଥାଏ ।
ମଟର :
ମଟର ମଧ୍ୟ ପ୍ରୋଟିନ ସର୍ବୋତ୍ତମ ଉତ୍ସ ବୋଲି ପ୍ରମାଣିତ ହୋଇଆସୁଛି । ଯେଉଁଥିରେ ଅଣ୍ଡା ଅପେକ୍ଷା ଯଥେଷ୍ଟ ପରିମାଣର ପ୍ରୋଟିନ୍ ଏଥିରୁ ମିଳିଥାଏ ।
ସୋୟାବିନ୍ ଓ ଟୋଫୁ :






