ଏ.କେ ବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବହୁତ ଗୁରୁତ୍ୱ ଦିଆଯାଏ । ବିଶେଷ କରି ସୁଖ, ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟର କାରକ ଗ୍ରହ ଶୁକ୍ର ।ଶୁକ୍ର ରାଶି ପରିବର୍ତ୍ତନ କଲେ ତାହାର ପ୍ରଭାବ ଜୀବନର ଅନେକ କ୍ଷେତ୍ରରେ ଦେଖାଯାଏ । ଜ୍ୟୋତିଷ ଗଣନା ଅନୁସାରେ, ୪ ଜୁଲାଇ ୨୦୨୬ରେ ଶୁକ୍ର ଗ୍ରହ ସିଂହ ରାଶିକୁ ପ୍ରବେଶ କରିବେ । ଏହି ରାଶି ପରିବର୍ତ୍ତନ ଫଳରେ କେତେକ ରାଶିର ଲୋକଙ୍କ ଜୀବନରେ ଆର୍ଥିକ ଉନ୍ନତି, ସଫଳତା ଓ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ଆସନ୍ତୁ ଜାଣିବା କେଉଁ ୪ଟି ରାଶି ପାଇଁ ଏହି ସମୟ ଶୁଭ ରହିବ।
ତୁଳା ରାଶି:
ଶୁକ୍ର ଆପଣଙ୍କ ଲାଭ ଭାବରେ ଗୋଚର କରିବେ । ଏହା ଆର୍ଥିକ କ୍ଷେତ୍ରରେ ଭଲ ସଫଳତା ଆଣିପାରେ । ବ୍ୟବସାୟ ବଢ଼ିବାର ସୁଯୋଗ ମିଳିବ । ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି କିମ୍ବା ନୂଆ ସୁଯୋଗ ଆସିପାରେ । ପରିଶ୍ରମର ଭଲ ଫଳ ମିଳିବ ଓ ଆତ୍ମବିଶ୍ୱାସ ବଢ଼ିବ ।
କର୍କଟ ରାଶି:
ଶୁକ୍ର ଆପଣଙ୍କ ଧନ ଭାବକୁ ପ୍ରବେଶ କରିବେ । ଏହା ଧନ ଲାଭ ଓ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ । ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହୋଇପାରେ । ହଠାତ୍ ଧନ ଲାଭର ସୁଯୋଗ ମିଳିପାରେ ଓ ସଞ୍ଚୟ ବଢ଼ିବ ।
ସିଂହ ରାଶି:
ଶୁକ୍ର ଆପଣଙ୍କ ପ୍ରଥମ ଭାଗରେ ଗୋଚର କରିବେ । ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଚାକିରି କରୁଥିବା ଲୋକଙ୍କୁ ନୂଆ ପରିଚୟ ଓ ସମ୍ମାନ ମିଳିପାରେ । ପଦ ଓ ପ୍ରତିଷ୍ଠା ବଢ଼ିବ।
ଧନୁ ରାଶି:
ଶୁକ୍ର ଆପଣଙ୍କ ଭାଗ୍ୟ ଭାବକୁ ପ୍ରବେଶ କରିବେ । ଆପଣଙ୍କ ଭାଗ୍ୟ ପ୍ରତ୍ୟେକ କାମରେ ସାଥ୍ ଦେବ । କାମରେ ସଫଳତା ମିଳିବ । ନୂଆ ଚାକିରିର ସୁଯୋଗ ଆସିପାରେ । ବିଦେଶ ଯାତ୍ରା କିମ୍ବା ବିଦେଶ ସମ୍ବନ୍ଧୀୟ କାମରେ ଭଲ ଫଳ ମିଳିବାର ସମ୍ଭାବନା ରହିଛି ।






