ଏ.କେ ବ୍ୟୁରୋ : କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାରରେ ଶନିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଟାଟା ଏସି ଗାଡ଼ି ବାଇକ୍କୁ ଧକ୍କା ଦେବା ପରେ ରାସ୍ତାକଡ଼ର ଏକ ଦୋକାନ ଭିତରକୁ ପଶିଯାଇଥିଲା।
ଦୁର୍ଘଟଣାରେ ବାଇକ୍ରେ ଯାଉଥିବା ବାପା-ପୁଅଙ୍କ ମଧ୍ୟରୁ ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ହେଲେ କେନ୍ଦ୍ରାପଡ଼ାର କାକଟଛକ ଅଞ୍ଚଳର ପଦ୍ମଚରଣ ବେହେରା। ତାଙ୍କ ପୁଅ ଚନ୍ଦନ କୁମାର ବେହେରା ଗୁରୁତର ଆହତ ହୋଇଛନ୍ତି।ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଟାଟା ଏସି ଗାଡ଼ିର ଡ୍ରାଇଭର ରମେଶ ନାୟକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କାର୍ଯ୍ୟ କରି ଗାଡ଼ି କାଟି ତାଙ୍କୁ ଗୁରୁତର ଅବସ୍ଥାରେ ବାହାର କରିଥିଲେ। ରମେଶଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।ପୋଲିସ ଉଭୟ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ସାଲେପୁର ମେଡିକାଲକୁ ନେଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ସାଲେପୁର ଆଦର୍ଶ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟାଟା ଏସି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






