AK ସମ୍ବଲପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ ଓ ଅଭିଭାବକ ।

ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ସହ ମାଡ଼ ମାରୁଥିବା ନେଇ ଅଭିଯୋଗ । ନାକଟିଦେଉଳ ବ୍ଲକ ସରାପାଲି କେଜିବିଭିରେ ଛାତ୍ରୀଙ୍କୁ ପାଠପଢ଼ା ସମୟରେ ବିଭିନ୍ନ କାମରେ ନିୟୋଜିତ କରିବା ସହ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ଏହା ସହ କାହାକୁ ଅଭିଯୋଗ କଲେ ମାଡ଼ ମରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀମାନେ । ନେଇ ପୂର୍ବରୁ ଅଭିଯୋଗ ହେଇଥିଲା ଡିଇଓ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ପୁଣି ଡିଇଓଙ୍କୁ ଅଭିଯୋଗ ଜଣାଇଛନ୍ତି ଛାତ୍ରୀ ଓ ଅଭିଭାବକ ।






