ଏ.କେ ବ୍ୟୁରୋ : ଆଠମଲ୍ଲିକରେ ହାତୀ ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ ଦଳିଦେଲା ଦନ୍ତା । ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ନଅଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ନଅଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଗ୍ରାମର ସଦାଶିବ ନାଏକ ନାମକ ଜଣେ ବ୍ୟକ୍ତି ସକାଳ ସମୟରେ ଘରୁ ବାହାରି ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ହାତୀ ହଠାତ୍ ସେଠାକୁ ଆସି ସଦାଶିବଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସଦାଶିବ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଗ୍ରାମବାସୀ ଦୌଡ଼ି ଆସିଥିଲେ । ଲୋକଙ୍କ ଗହଳି ଓ ଚିତ୍କାର ଶୁଣି ହାତୀଟି ସେଠାରୁ ଜଙ୍ଗଲ ଭିତରକୁ ପଳାଇଯାଇଥିଲା । ପରେ ଗୁରୁତର ଅବସ୍ଥାରେ ସଦାଶିବଙ୍କୁ ଉଦ୍ଧାର କରି ଆଠମଲ୍ଲିକ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଏହି ଘଟଣା ପରେ ସମଗ୍ର ନୂଆଗଡ ଗାଁରେ ଭୟର ପରିବେଶ ଖେଳିଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେଲା ଅଞ୍ଚଳରେ ହାତୀ ଚଳାଚଳ ବଢ଼ିଯାଇଛି । ରାତି ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଫସଲ ନଷ୍ଟ କରିବା ସହ ଏବେ ମଣିଷଙ୍କୁ ଆକ୍ରମଣ କରୁଥିବାରୁ ଗ୍ରାମବାସୀ ମଧ୍ୟରେ ଆତଙ୍କ ଆହୁରି ବଢ଼ିଛି । ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ହାତୀଙ୍କୁ ଜଙ୍ଗଲ ମଧ୍ୟରେ ଘଞ୍ଚାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ଗାଁ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇବାକୁ ଦାବି ହୋଇଛି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ହାତୀ ଚଳାଚଳ ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି ।






