ଏ.କେ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାରକୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୫ ଲିଟର ଚୋରା ମଦ ସହିତ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି।
କାମାକ୍ଷାନଗର ସହରର ପୁରୁଣା ରେକୁଳା ବସ୍ତିରେ ଚୋରା ମହୁଲି ମଦର ଅବାଧ କାରବାର ହେଉଥିବାର ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଅବକାରୀ ବିଭାଗ ପକ୍ଷରୁ ବସ୍ତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଅକ୍ଷୟ ବାରିକଙ୍କ ଠାରୁ ୨୨ ଲିଟର ମଦ ଜବତ କରାଯିବା ସହ ତାକୁ ଗିରଫ କରାଯାଇଛି। ସେହିଭଳି ବାଲିକୁମା ଗ୍ରାମରେ ଚଢ଼ାଉ କରାଯାଇ ଅନାମ ପାତ୍ର ଠାରୁ ତିରିଶ ଲିଟର ଚୋରା ମହୁଲି ମଦ ଜବତ ସହ ତାକୁ ଗିରଫ କରାଯାଇଛି।






