ଏ.କେ ବ୍ୟୁରୋ : ଅନୁଗୋଳ ପୋଲିସ ପଡ଼ିଆରେ ୬୭ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇ ଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ଆଶିଷ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଦିବସରେ ୧୫୪ ଜଣ ସହୀଦ ପୋଲିସ ଙ୍କ ସ୍ମୃତି ଚାରଣ କରା ଯାଇଥିଲା । ଏହା ପୋଲିସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ତେବେ ପ୍ରତ୍ୟେକ ବର୍ଷ ଧିରେ ଧିରେ ସହିଦ ମାନଙ୍କ ସଂଖ୍ୟା କମୁଥିବା ପୋଲିସ ଆଉ ସମସ୍ତଙ୍କ ପାଇଁ ଭଲ ସୂଚନା । ହେଲେ ସମାଜର ସୁରକ୍ଷା ପାଇଁ ସେମାନେ ନିଜ ଜୀବନ ହରାଇଥିବା ବେଳେ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ । ଆଜି ଏହି ଦିବସ ପାଳନ ଅବସରରେ ଜିଲ୍ଲାରେ ଭଲ କାମ କରିଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।






