ରେଳବାଇ ଗୁଇନ୍ଦା ବିଭାଗ ପକ୍ଷରୁ ଟ୍ରେନ ରେ ମହିଳା ଓ କିନ୍ନର ଲୁଟେରା ଙ୍କ ଦୌରାତ୍ମ୍ୟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇ ଥିଲା ଏବଂ କିଛି ଲୁଟେରା ଙ୍କ ଫଟୋ ମଧ୍ୟ ଜାରି କରାଯାଇଥିଲା
ଏହି ତଥ୍ୟ କୁ ଭିତ୍ତି କରି ଆର ପି ଏଫ୍ କର୍ମଚାରୀ ମାନେ ସବୁବେଳେ ସନ୍ଦିଗ୍ଧ ଯାତ୍ରୀ ଙ୍କ ଉପରେ କଡ଼ା ନଜର ରଖିଥିଲେ
ଗୁରୁବାର ଦିନ ସକାଳେ କଟକ ରେଳ ଷ୍ଟେସନରେ ୨:ଓ ୩ ପ୍ଲାଟଫର୍ମ ରେ ଜଣେ ମହିଳା ସନ୍ଦେହଜନକ ଭାବରେ ବୁଲାବୁଲି କରୁଥିଲେ

ଆଉ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା କେତେକ ଲୁଟେରା ଙ୍କ ଫଟୋ ସହ ଏହି ମହିଳା ଙ୍କ ଚେହେରା ମେଳକ ରହିଥିଲା
ସଙ୍ଗେ ସଙ୍ଗେ ଆର ପି ଏଫ୍ ପକ୍ଷରୁ ଜି ଆର ପି କୁ ଅବଗତ କରାଯାଇଥିଲା
ସେ ମହିଳା ନ ଜାଣିବା ଭଳି ଆର ପି ଏଫ୍ କର୍ମଚାରୀ ତାକୁ ଘେରା ବନ୍ଦୀ କରି ରଖିଥିଲେ
ଜି ଆର ପି ଓ ଆର ପି ଏଫ୍ ମହିଳା କର୍ମଚାରୀ ମାନେ ଆସିଲା ପରେ ଉକ୍ତ ମହିଳା ଙ୍କୁ କାବୁ କରିଥିଲେ
ଦୁଇଦିନ ତଳେ ଟ୍ରେନ ଯାତ୍ରୀ ଙ୍କ ଠାରୁ ୨୦,୦୦୦ ଟଙ୍କା ଚୋରି ହେବା ନେଇ ଅଭିଯୋଗ ହୋଇଥିଲା
ସେହି ଟଙ୍କା ଏହି ମହିଳା ନେଇଥିବା ତଦନ୍ତ ରୁ ଜଣା ପଡ଼ିଛି
ଲୁଟ୍ ହେଇଥିବା ଟଙ୍କା ମଧ୍ୟ ମହିଳା ଙ୍କ ପାଖରୁ ଜବତ କରାଯାଇଛି
କଟକ ରୁ ଦେବୀଦତ୍ତ ଶିବପ୍ରସାଦ ନାୟକ






