ପୋଲିସ କବଜାରେ ପଡିଲା ଅଭ୍ୟାସଗତ ଚାରଶବିଶ ଠକ।
କେତେ ବେଳେ ନିଜକୁ ବଡ଼ ଅଫିସର କହୁଥିଲେ, କେତେବେଳେ ସମାଜସେବୀ କହି ଦାନ ଦକ୍ଷିଣା କରୁଥିଲେ,। ପୁଣି କେତେବେଳେ ନିଜ ପରିଚୟ ଆଉ ବୃତ୍ତି ବଦଳାଇ ଲୋକଙ୍କୁ ପ୍ରଭାବିତ କରୁଥିଲେ, ଆଉ ତାପରେ ଲୋକଙ୍କ ବିଶ୍ୱାସ ଜିଣିବା ପରେ ତାଙ୍କୁ କଳାକନା ବୁଲାଇ ଚମ୍ପଟ ମାରୁଥିଲେ । ହେଲେ ଠକ ଚାରଶବିଶ ର ସବୁ ଚାଲ ଫେଲ ମାରିଚି।
୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ରେ କଟକ ମଙ୍ଗଳାବାଗ ଥାନା ଭଦ୍ର ମୁଖା ପିନ୍ଧିଥିବା ସେ ଅଭିଯୁକ୍ତ ଠକ୍ ଚାରଶବିଶ ନକଲି ଅଫିସର ଶଶଧର ପଣ୍ଡା କୁ ଗିରଫ କରିଛି ।ଅଭିଯୁକ୍ତ ଜଣକ ନାମ ଶଶଧର ପଣ୍ଡା। କଟକ ସିଡିଏ ଅଞ୍ଚଳରେ ସେ ରହୁଥିଲେ।

ତେବେ ଅଭିଯୋଗ ଅନୁସାରେ ରେ ଅଭିଯୋଗକାରୀ ଙ୍କ ପୁଅ ଆଡ଼ମିଶନ କରାଇଦେବା ଏବଂ ଜମି କରାଇଦେବା କହି ଟଙ୍କା ନେଇଥିଲେ,ହେଲେ ତାଙ୍କ ନ ଫେରେଇବାରୁ ଥାନାରେ ମାମଲା ହେବ ପର ମଙ୍ଗଳାବାଗ ପୋଲିସ ଠକ୍ ଚାରଶବିଶ କୁ ଗିରଫ କରିଚି। ତେବେ ସେ ଜଣେ ପେଶା ଦାର ଚାରଶବିଶ ।
ଓଡ଼ିଶାର ଏକାଧିକ ଥାନାରେ ତ ନାମରେ ୧୦ ରୁ ଅଧିକ ମାମଲା ଥିବା ବେଳେ ଲୋକଙ୍କୁ ବିଭ୍ନ କାରଣ ଦର୍ଶାଇ କୋଟି କୋଟି ଟଙ୍କା କଳାକନା ବୁଲାଇଚି। ପୋଲିସ ଏବେ ଅଭିଯୁକ୍ତ ର କ୍ରାଇମ ରେକର୍ଡ ସଂଗ୍ରହ କରୁଚି।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






