ଏ.କେ ବ୍ୟୁରୋ : ପି.ଏନ୍. କଲେଜ (ସ୍ୱୟଂଶାସିତ), ଖୋର୍ଦ୍ଧାଠାରେ ଯୁବ ରେଡ୍କ୍ରସ୍ (YRC) ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ କମିଟି (DWC) ବୈଠକ ୨୦୨୬–୨୭ ଅନୁଷ୍ଠିତ ହୋଇଯାଇଛି। ବୈଠକର ଉଦ୍ଘାଟନୀ ଅଧିବେଶନରେ ଅତିଥିମାନଙ୍କୁ ସ୍ୱାଗତ, ଚାରାଗଛ ଓ ଉତ୍ତରୀୟ ପ୍ରଦାନ, ମଙ୍ଗଳଦୀପ ପ୍ରଜ୍ୱଳନ ଏବଂ ଅତିଥି ପରିଚୟ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ପି.ଏନ୍. କଲେଜର YRC Advisor-cum-First Aid Officer ଶ୍ରୀ ସୁବୋଧ କୁମାର ଜଗଦେବ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଡ଼. ପୂର୍ଣ୍ଣିମା ନାୟକ, ପ୍ରିନ୍ସିପାଲ୍-କମ୍-YRC ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷା, ବୈଠକରେ ଅଧ୍ୟକ୍ଷତା କରିବା ସହ ସ୍ୱ।ଗତଭାଷଣ ପ୍ରଦାନ କରିଥିଲେ। ବିବରଣୀ ପାଠ କରିଥିଲେ YRC Convenor Secretary ଟି.ଅକ୍ଷୟ କୁମାର ଏହି ଅବସରରେ YRC ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ଅତିଥି ଓ ଅଧିକାରୀମାନେ ଉଦ୍ବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର Deputy Collector-cum-District Emergency Officer ଶ୍ରୀମତୀ ସ୍ରିତପା ମିଶ୍ର,, ସମ୍ମାନିତ ଅତିଥି ଭାବେ North Odisha Universityର ପୂର୍ବତନ Vice-Chancellor Maj. K.P. Mohanty , ରେଡକ୍ରସ ପ୍ରାକ୍ତନ Convenor Secretary, ଡଃ ସୁବୋଧ କୁମାର ଜଗଦ୍ଦେବ,Administrative Bursar ଡଃ ପ୍ରଦୀପ୍ତ କୁମାର ମହାପାତ୍ର,ଏବଂ ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ IRCS Odisha State Branchର YRCO ଡ଼. ରମେଶ ଚନ୍ଦ୍ର ବେହେରା , ସମ୍ମାନିତ ଅତିଥି ଭାବେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁବ ରେଡକ୍ରସ୍ ପରାମର୍ଶଦାତା ପୁଷ୍ପିତା ପ୍ରିୟମ୍ବଦା ତ୍ରିପାଠୀ।
ଉଦ୍ଘାଟନୀ ଅଧିବେଶନରେ ବିଭିନ୍ନ ପୁରସ୍କାର ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଏହାପରେ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ପ୍ରାଚୀପ୍ରଭା ନାୟକ। ଅପରାହ୍ନ ୧.୩୦ରୁ ୨.୩୦ ପର୍ଯ୍ୟନ୍ତ ହେବାକୁ ଥିବା ବ୍ୟବସାୟିକ ଅଧିବେଶନରେ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଅନୁମୋଦନ, ୨୦୨୬–୨୭ରେ ହୋଇଥିବା YRC କାର୍ଯ୍ୟକଳାପର ସମୀକ୍ଷା, ଆଗାମୀ କାର୍ଯ୍ୟଯୋଜନା, ବାର୍ଷିକ ପଞ୍ଜୀକରଣ ଫି ଓ ରାଜ୍ୟ ଅଂଶ ପ୍ରଦାନ ଆଦି ବିଷୟ ଆଲୋଚନା ହୋଇଥିଲା। ଏଥିସହିତ ଜିଲ୍ଲା YRC କ୍ୟାମ୍ପ ପାଇଁ କଲେଜ ଚୟନ, ରକ୍ତଦାନ ଶିବିର ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ପାଇଁ କଲେଜ ଚୟନ, YRC କାର୍ଯ୍ୟକଳାପର ସୁଚାରୁ ରୂପାୟଣ, ଅପ୍ରଶିକ୍ଷିତ କାଉନ୍ସେଲରଙ୍କ ତାଲିକା ଏବଂ ନୂତନ YRC ୟୁନିଟ୍ ଖୋଲିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାରେ ଯୁବ ରେଡ୍କ୍ରସ୍ର ବିଭିନ୍ନ ମାନବସେବାମୂଳକ କାର୍ଯ୍ୟକ୍ରମକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବା ପାଇଁ ଆଗାମୀ କାର୍ଯ୍ୟଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା।






