AK ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଳି ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାଟି ଗୋଟିଏ କାର ଓ ଏକ ବାଇକ୍ ମଧ୍ୟରେ ଘଟିଥିବା ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ି ୦୨ବି ୦୨୩୪ ନମ୍ବର ବିଶିଷ୍ଟ କାରଟି ବରଗଡ଼ ଆଡ଼ୁ ଆସୁଥିବା ବେଳେ, ଓଡ଼ି ୦୩ଏସ ୬୬୧୫ ନମ୍ବର ବାଇକ୍ଟି ବଲାଙ୍ଗିର ଦିଗରୁ ଆସୁଥିଲା। ଦୁଇ ଗାଡ଼ି ମୁହାଁମୁହିଁ ହୋଇ ଧକ୍କା ଲାଗିବାରୁ ବାଇକ୍ରେ ବସିଥିବା ଦମ୍ପତି ଗୁରୁତର ଆହତ ହୋଇଥିଲେ।ଘଟଣା ସୂଚନା ପାଇ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଦଳ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଡୁଙ୍ଗୁରିପାଲି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।ଘଟଣା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଚାଳକଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।






