AK ସୁବର୍ଣ୍ଣପୁର ସଡ଼କ ଦୁର୍ଘଟଣା ରେ ଭାଇ ମୃତ, ଭଉଣୀ ଗୁରୁତର l ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶିଙ୍ଘିଯୁବା ନିକଟରେ l


ବିନିକା ପଟୁ ଆସୁଥିବା ଏକ କାର ସହ ମୁହାମୁହିଁ ବାଇକ ଦୁର୍ଘଟଣା ଘଟିଛି l ଫଳରେ ଘଟଣl ସ୍ଥଳେ ଭାଇ ରଜତ ମହାକୁଡ଼ ଙ୍କ ମୃତୁ ଘଟିଥିବା ବେଳେ ଗୁରୁତର ଭଉଣୀ ରୁତୁପୂର୍ଣ୍ଣା ମହାକୁଡ଼ କୁ ଆମ୍ବୁଲାନ୍ସ ଯୋଗେ ବିନିକା ଡ଼ାକ୍ତର କୁ ନେଇ ଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଭାଲିଆପଦର ଗ୍ରାମର ଭାଇ ରଜତ ମହାକୁଡ଼ ଓ ଭଉଣୀ ରୁତୁପୂର୍ଣ୍ଣା ମହାକୁଡ଼ ଏକ ବାଇକ ଯୋଗେ ବରଗଡ଼ କୁ କୌଣସି କାର୍ଯ୍ୟ ରେ ଯାଇ ଗାଁ କୁ ଫେରୁଥିବା ବେଳେ ବିନିକା ଥାନା ଶିଙ୍ଘିଯୁବା ନିକଟରେ ଏକ କାର ସହ ଦୁର୍ଘଟଣା ଘଟି ଭାଇ ର ମୃତୁ ଘଟିଥିବା ବେଳେ ଗୁରୁତର ଭଉଣୀ କୁ ବୁର୍ଲା ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି l ଘଟଣl ସ୍ଥଳେ ବିନିକା ପୋଲିସ ପହଁଚି ଶବ ଜବତ କରି ତଦନ୍ତ କରୁଛି l
ସୁବର୍ଣ୍ଣପୁର ଜିଲ୍ଲା ତରଭାରୁ ଶଶିଭୂଷଣ ବଗର୍ତ୍ତୀ ଙ୍କ ରିପୋର୍ଟ ଆପଣଙ୍କ ଖବର






