ସୁବର୍ଣ୍ଣପୁର, : ସୋନପୁର ସହର ପଟଭାଡ଼ି ସ୍ଥିତ ହଲଦିପାଲି ରାସ୍ତାରେ ଜଣେ ଯୁବକଙ୍କ ଘରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ଘରୁ ୧୬୪ ବୋତଲ କଫ ସିରପ, ପ୍ରାୟ ୨.୮ କିଲୋଗ୍ରାମ ଗଞ୍ଜେଇ, ନଗଦ ଟଙ୍କା, ଏକ ଏୟାର ପିସ୍ତଲ, ଅନଲାଇନ ପେମେଣ୍ଟ ସ୍କାନର ଓ ଏକ ଓଜନ ମେସିନ ଜବତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ଉକ୍ତ ଘରେ ଅଚମ୍କା ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ସନ୍ଦେହଜନକ ସାମଗ୍ରୀ ମିଳିବା ପରେ ସେଗୁଡ଼ିକୁ ଜବତ କରାଯାଇଥିଲା। ଘଟଣାକୁ ନେଇ ସୋନପୁର ସହରରେ ବିଭିନ୍ନ ମହଳରେ ଚର୍ଚ୍ଚା ଜୋର ଧରିଛି।

ପୁଲିସ ପକ୍ଷରୁ ଘଟଣାରେ ସଂପୃକ୍ତ ଅନ୍ୟ କୌଣସି ଲୋକ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଥିବା ବେଳେ, ଜବତ ସାମଗ୍ରୀର ଉତ୍ସ ଓ ବ୍ୟବହାର ସମ୍ପର୍କରେ ମଧ୍ୟ ଖୋଜଖବର ଚାଲିଥିବା ଜଣାପଡ଼ିଛି।






