ଏ.କେ ବ୍ୟୁରୋ :ବାଲିଆନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ।
ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରା ଗିରଫ ହୋଇଛି । କେନ୍ଦ୍ରାପଡ଼ା ଇନ୍ଦୁପୁରରୁ କ୍ରାଇମବ୍ରାଞ୍ଚ୍ ଗିରଫ କରିଛି ବୋଲି ଜଣାପଡ଼ିଛି । ଏହି ମାମଲାରେ ମୋଟ୍ ଷୋହଳ ଜଣଙ୍କୁ ଗିରଫ କରାଯାଇଛି ।
ସୌମ୍ୟକୁ ହତ୍ୟା କରିବା ପଛରେ ଷଡ଼ଯନ୍ତ୍ର ଥିବା ପ୍ରଥମରୁ ଅଭିଯୋଗ କରିଥିଲେ ପରିବାର ଲୋକେ । ଅସଦାଚରଣ ଅଭିଯୋଗରୁ ପିଟିପିଟି ମାରିଦେଲେ ନା ପଛରେ ରହିଛି ଆଉ କିଛି କାରଣ ରହିଥିଲା , ତାକୁ ନେଇ ଚର୍ଚ୍ଚା ଜୋରରେ ବଢ଼ିବାରେ ଲାଗିଥିଲା ।
ବାରମ୍ବାର ଷଡ଼୍ଯନ୍ତ୍ର ଅଭିଯୋଗଆଣିଥିଲେ ପରିବାର ଲୋକେ । ଏହି ମାମଲାର ତଦନ୍ତ ଚଲାଇ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






